Home / ଆମ ଓଡ଼ିଶା / ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କୌତୁକ ବେଶ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କୌତୁକ ବେଶ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ

WhatsApp Image 2026 01 19 at 6.22.05 PM NtvOdia

ବୌଦ୍ଧ: ଜ଼ିଲ୍ଲା ସଂଗ୍ରହାଳୟ ଠାରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କୌତୁକ ବେଶ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି l ଏହି ପ୍ରତିଯୋଗିତା ର ବିଚାରକ ଭାବେ ଅଧ୍ୟାପକ, ପଞ୍ଚାୟତ ମହାବିଦ୍ୟାଳୟ, ବୌଦ୍ଧ ପ୍ରତାପ କୁମାର ରଥ, ସଭାପତି, ଜ଼ିଲ୍ଲା ଉନ୍ନୟନ ପରିଷଦ ଚିତ୍ତ ରଞ୍ଜନ ଦାଶ, ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଶ୍ୟାମ ସୁନ୍ଦର ମହାପାତ୍ର ଯୋଗଦେଇ ଦାୟିତ୍ୱ ର ସହ ବିଚାର କାର୍ଯ୍ୟ ସମ୍ପାଦନ କରିଥିଲେ l ପ୍ଲେ ଗ୍ରୁପ ଠାରୁ ଶ୍ରେଣୀ ୨ ଶ୍ରେଣୀ ସ୍ତରୀୟ ପ୍ରତିଯୋଗିତା ରେ ଗୌରୀଶଙ୍କର ପବ୍ଲିକ ସ୍କୁଲ ର ସାଇ ଶ୍ରେୟାଂଶି ପ୍ରଧାନ – ପ୍ରଥମ, ବ୍ରାଇଟ ମାଇଣ୍ଡ ଡାଇମନସନ ସ୍କୁଲ ର ବଦ୍ରୀନାଥ ସାହୁ – ଦ୍ଵିତୀୟ ଓ ଶ୍ରେୟl ସୁହାନି ମଲ୍ଲିକ – ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ର ଦିବ୍ୟାନସି ଗୁରୁ – ପ୍ରଥମ, ସେଣ୍ଟ ଜାଭିଅରସ ପବ୍ଲିକ ସ୍କୁଲ ର କିରଣ୍ୟl ଆଚାର୍ଯ୍ୟ – ଦ୍ଵିତୀୟ ଏବଂ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ର ଆଦିତ୍ୟ ମିଶ୍ର – ତୃତୀୟ ସ୍ଥାନ ଅଧିକାର କରିଥିଲେ l କୃତୀ ଛାତ୍ର ଛାତ୍ରୀ ଙ୍କୁ ସାଧାରଣତନ୍ତ୍ର ଦିବସ ଅବସରରେ ଷ୍ଟାଡିୟମ ପଡିଆ ଠାରେ ମୁଖ୍ୟ ଅତିଥି ପୁରସ୍କୃତ କରିବାର କାର୍ଯ୍ୟକ୍ରମ ରହିଛି l ଆଜିର ଏହି କାର୍ଯ୍ୟକ୍ରମ କୁ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ପରିଚାଳନା କରିଥିଲେ ଏବଂ କାର୍ଯ୍ୟଳୟ ର କର୍ମଚାରୀ ଅକ୍ଷୟ କୁମାର ମହାକୁଡ଼, ଜିତେନ୍ଦ୍ର ମହାନ୍ତି, ବୀର କିଶୋର କର୍ମୀ, ସୋମନାଥ ବାରିକ ଏବଂ ଜ଼ିଲ୍ଲା ସଂଗ୍ରହlଳୟ ର କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *