Home / କ୍ରୀଡା / ବିଦ୍ୟାଳୟ ସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

ବିଦ୍ୟାଳୟ ସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

WhatsApp Image 2026 01 20 at 6.31.13 PM NtvOdia

: ଜ଼ିଲ୍ଲା ସଂଗ୍ରହାଳୟ ଠାରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରାଥମିକ ବିଦ୍ୟାଳୟ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରୀୟ ଓଡ଼ିଆ ବକ୍ତୃତା, ଦେଶାତ୍ମ ବୋଧକ ସଂଗୀତ,ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି l ଏହି ପ୍ରତିଯୋଗିତା ର ବିଚାରକ ଭାବେ ସଭାପତି, ଜ଼ିଲ୍ଲା ଉନ୍ନୟନ ପରିଷଦ ଚିତ୍ତ ରଞ୍ଜନ ଦାଶ,ବରିଷ୍ଠ ସାହିତ୍ୟିକ ରମେଶ ପ୍ରସାଦ ମେହେର, ଜ଼ିଲ୍ଲା ପ୍ରତିନିଧି, ସମ୍ବାଦ ଜ୍ଞlନେନ୍ଦ୍ର ନାରାୟଣ ରଥ, ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଶ୍ୟାମ ସୁନ୍ଦର ମହାପାତ୍ର, ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମହାନ୍ତି,ସହକାରୀ ଶିକ୍ଷକ ରାଜକୁମାର ପ୍ରଧାନ, ପ୍ରକାଶ ମେହେର,ଅବସରପ୍ରାପ୍ତ ଶିକ୍ଷୟତ୍ରୀ କାମାକ୍ଷl ସାହୁ, ସହକାରୀ ଶିକ୍ଷୟତ୍ରୀ ଅନିତା ସୁବୁଦ୍ଧି, ପ୍ରଣତି ପାତ୍ର, କଣ୍ଠଶିଳ୍ପୀ ଚତୁର୍ଭୁଜ କର, ସଙ୍ଗୀତଜ୍ଞ ବୀର ପ୍ରତାପ ସିଂ,ଅବସରପ୍ରାପ୍ତ ଶିକ୍ଷକ ଭୁବନେଶ୍ୱର ମିଶ୍ର ଯୋଗ ଦେଇ ଦାୟିତ୍ୱ ର ସହ ବିଚାର କାର୍ଯ୍ୟ ତୁଲାଇଥିଲେ l ଆଜିର ଏହି କାର୍ଯ୍ୟକ୍ରମ କୁ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ପରିଚାଳନା କରିଥିଲେ ଏବଂ କାର୍ଯ୍ୟଳୟ ର କର୍ମଚାରୀ ଅକ୍ଷୟ କୁମାର ମହାକୁଡ଼, ଜିତେନ୍ଦ୍ର ମହାନ୍ତି, ବୀର କିଶୋର କର୍ମୀ, ସୋମନାଥ ବାରିକ ଏବଂ ଜ଼ିଲ୍ଲା ସଂଗ୍ରହlଳୟ ର କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ପ୍ରାଥମିକ ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ରଘୁନାଥ ପଟ୍ଟନାୟକ – ପ୍ରଥମ, ଗୌରୀଶଙ୍କର ପବ୍ଲିକ ସ୍କୁଲ ର ଚନ୍ଦ୍ର ଶେଖର ନାୟକ – ଦ୍ଵିତୀୟ, ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ର ଅମ୍ରିତ ବେହେରା – ତୃତୀୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ରେ ଓଡିଶା ଆଦର୍ଶ ବିଦ୍ୟାଳୟ, ତେତେଲେଙ୍ଗା ର ଆର୍ଯ୍ୟନ ଗୋଚି – ପ୍ରଥମ ଓ ପ୍ରିୟାଂଶି ପ୍ରିୟଦର୍ଶିନୀ ସାହୁ – ଦ୍ଵିତୀୟ, ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ର ସ୍ମୃତି ସ୍ୱରୂପା ହାତୀ ଏବଂ ପି ଏମ ଶ୍ରୀ ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ, ସରସରା – ତୃତୀୟ,ପ୍ରାଥମିକ ବିଦ୍ୟାଳୟ ସ୍ତରୀୟ ଓଡ଼ିଆ ବକ୍ତୃତା ରେ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ର ସୂର୍ଯ୍ୟ ନାରାୟଣ ପାଢ଼ୀ- ପ୍ରଥମ, ଗୌରୀ ଶଙ୍କର ପବ୍ଲିକ ସ୍କୁଲ ର ମୌସୁମୀ ସାହୁ – ଦ୍ଵିତୀୟ, ବ୍ରାଇଟ ମାଇଣ୍ଡ ଡାଇମେନସନ ସ୍କୁଲ ର ଆରାଧ୍ୟା ପାତ୍ର – ତୃତୀୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରୀୟ ଦେଶାତ୍ମବୋଧକ ସଂଗୀତ ରେ ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ର ହିମାଦ୍ରୀ ବଗର୍ତ୍ତୀ – ପ୍ରଥମ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ସ୍ୱପ୍ନାରାଣୀ କୁମ୍ଭାର – ଦ୍ଵିତୀୟ, ଓଡିଶା ଆଦର୍ଶ ବିଦ୍ୟାଳୟ, ତେତେଲେଙ୍ଗା ର ଆଦ୍ୟାଶl ରାଣୀ ବସ୍ତିଆ ଏବଂ ସେଣ୍ଟ ଜାଭିଅରସ ପବ୍ଲିକ ସ୍କୁଲ ର ମ୍ରିନ୍ମୟୀ ପାଢ଼ୀ – ତୃତୀୟ ସ୍ଥାନ ଅଧିକାର କରିଥିଲେ l ସମସ୍ତ କୃତୀ ଛାତ୍ର ଛାତ୍ରୀ ଙ୍କୁ ସାଧାରଣତନ୍ତ୍ର ଦିବସ ଅବସର ରେ ଟାଉନ ହଲ ଠାରେ ସନ୍ଧ୍ୟା କାର୍ଯ୍ୟକ୍ରମ ସମୟରେ ପୁରସ୍କୃତ କରାଯିବ l ଆସନ୍ତାକାଲି ମହାନଦୀ ଆଳତୀ ଘାଟ ଠାରେ ସକାଳ 10 ଘଟିକା ସମୟରେ ଯୋଗ ପ୍ରତିଯୋଗିତା ଯୋଗ ଗୁରୁ ଦେବାଶିଷ ପୁରୋହିତ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l

Leave a Reply

Your email address will not be published. Required fields are marked *