Home / ଆମ ଓଡ଼ିଶା / ଛତ୍ରଙ୍ଗସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଛତ୍ରଙ୍ଗସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବ ଅନୁଷ୍ଠିତ

Chhatrang Shishu Mandir, Boudh

ହରଭଙ୍ଗା(ସର୍ବେଶ୍ୱର କ୍ଷେତି): ହରଭଙ୍ଗା ବ୍ଲକ ଅନ୍ତର୍ଗତ ଛତ୍ରଙ୍ଗସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରଠାରେ ସଭାପତି ପ୍ରଦୀପ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ୧୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗ ଦେଇଥିଲେ l ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନଙ୍କ ଦ୍ୱାରା ବିଦ୍ୟାଦାୟାନୀ ସରସ୍ବତୀ ଓ ବିଶ୍ୱ ବନ୍ଦିତା ଭାରତୀ ମାତାଙ୍କୁ ଧୂପ ଦୀପ ପୁଷ୍ପ ପୂଜନ କରି ଅନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା l ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା l ସମ୍ପାଦକ ବୃନ୍ଦାବନ ଭୋକ୍ତା ଅତିଥି ପରିଚୟ ପ୍ରଦାନ କରିଥିଲେ l ପ୍ରଧାନ ଆଚାର୍ଯ୍ୟ ସୁନୀଲ ଗୁରୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ବିଦ୍ୟା ମନ୍ଦିରର ବିଭିନ୍ନ ଅସୁବିଧାକୁ ପୂରଣ କରିବାକୁ କହିଥିଲେ l ବିଦ୍ୟାମନ୍ଦିରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀଙ୍କୁ ସିଲଡ଼ କପ ମାନପତ୍ର ପ୍ରଦାନ କରାଯାଇଥିଲା l ବିଦ୍ୟାମନ୍ଦିର କୁନିକୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଶେଷରେ କୋଷାଧ୍ୟକ୍ଷ ଲକ୍ଷଣ କହଁର ଧନ୍ୟବାଦ ଜଣାଇଥିଲେ l

Leave a Reply

Your email address will not be published. Required fields are marked *